କେନ୍ଦ୍ରାପଡା : ଲାଞ୍ଚ ନେଇ ଧରାପଡିଲେ ନିକିରାଇ ଏଆରଆଇ ଅଭିମୁନ୍ୟୁ ବେହେରା । ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଜମିର କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ । ଆବେଦନକାରୀଙ୍କୁ ସୁହାଇଲା ଭଳି ରିପୋର୍ଟ ଦେବାକୁ ଏହି ଟଙ୍କା ମାଗିଥିଲେ । ପ୍ରଥମେ ୧୫ ହଜାର ଟଙ୍କା ମାଗିଥିଲେ । ପରେ ୧୨ ହଜାର ଟଙ୍କା ଲାଞ୍ଚ ନେବାକୁ ରାଜି ହୋଇଥିଲେ । ଲାଞ୍ଚ ନେବା ବେଳେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଏବେ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍ । ଏବେ ୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।
Views: 41











