ଆଠଗଡ : ଭିଜିଲାନ୍ସ ଜାଲରେ ପୋଲି୍ସ ଏଏସଆଇ ପ୍ରଦୀପ କୁମାର ବେହେରା । ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ମାଡି ବସିଲା ଭିଜିଲାନ୍ସ । ପ୍ରଦୀପଙ୍କୁ ଅଟକ ରଖି ଅଧିକ ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । କିଛି ଦିନ ତଳେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ର ଏକ ଦଳିତ ମାମଲାର ସମାଧାନ କରାଇବା ନିମନ୍ତେ ପାଞ୍ଚ ହଜାର ଟଙ୍କା ନେବା ପାଇଁ ଦାବି କରିଥିଲେ ପ୍ରଦୀପ ବେହେରା । ଆଗରୁ ମଧ୍ୟ ଏଭଳି ଘଟଣା ତିଗିରିଆ ଥାନାରେ ହେଉଥିବା ଅଭିଯୋଗ ହୋଇ ଆସୁଥିବା ସାଧାରଣ ରେ ଚର୍ଚ୍ଚା ହେଉଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ଏଭଳି ଲାଞ୍ଚ ଦାବି କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।
Views: 59