ନୂଆଦିଲ୍ଲୀ ; ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ସାମିଲ ହେଲା ୩ ଯୁଦ୍ଧ ଜାହାଜ । ଓଘଝ ସୁରତ, ନୀଳଗିରି ଓ ବାଗସିର ସମର୍ପିତ ହୋଇଛି । ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେନାବାହିନୀର ବୀର ଯବାନଙ୍କୁ ପିଏମ ଶୁଭେଚ୍ଛା ଜଣାଇଛନ୍ତି । ନୌସେନା ଗୌରବଶାଳୀ ଇତିହାସ ଥିବା କହିଛନ୍ତି ମୋଦି । ୩ ନୂଆ ଯୁଦ୍ଧ ଜାହାଜ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ନୌସେନାକୁ ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି ।ଏହି ୩ ଯୁଦ୍ଧ ଜାହାଜ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ। ଏହା ଭାରତୀୟ ନୌସେନାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ ନୌସେନା ଭାବେ ଗଢି ତୋଳିବ।ନୌସେନାର ଯୁଦ୍ଧଜାହାଜ ଡିଜାଇନ୍ ବ୍ୟୁରୋ ଦ୍ୱାରା ଡିଜାଇନ୍ କରାଯାଇଥିବା ବେଳେ ଶିବାଲିକ କ୍ଲାସ ଫ୍ରିଗେଟ୍ସରେ ଏହା ସମୃଦ୍ଧ। ଶତ୍ରୁ ପକ୍ଷଙ୍କ ରାଡାରରେ ନ ଆସିବାର ପ୍ରଯୁକ୍ତି କୌଶଳରେ ଏହାକୁ ସମୃଦ୍ଧ କରାଯାଇଛି।
Views: 59











