The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଭୀଷଣ କୁହୁଡି ଯୋଗୁଁ ୧୦୦ରୁ ଅଧିକ ବିମାନ ଓ ୨୬ ଟ୍ରେନ ବିଳମ୍ବ

Facebook
Twitter
LinkedIn

ନୂଆଦିଲ୍ଲୀ : ବୁଧବାର ଦିଲ୍ଲୀ-ଏନସିଆରରେ ଭୀଷଣ କୁହୁଡି ଦେଖିବାକୁ ମିଳିଛି । ଏହି କାରଣରୁ ଭିଜିବିଲିଟି ୧୦ ମିଟରରୁ କମିଯାଇଛି । ଗାଡ଼ିମୋଟରଗୁଡ଼ିକ ଧୀରେ ଧୀରେ ଗଡ଼ୁଛି । ଘନ କୁହୁଡି ଯୋଗୁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ମଧ୍ୟ ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି । ‘ଇଣ୍ଡିଗୋ’ ସକାଳ ୮ଟା ୧୮ ମିନିଟରେ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି, ‘ଦିଲ୍ଲୀରେ କମ୍ ଭିଜିବିଲିଟି ଏବଂ କୁହୁଡ଼ି ହେତୁ ବିମାନ ବିଳମ୍ବ ହୋଇପାରେ । ଆମେ ପାଣିପାଗ ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୁରକ୍ଷିତ ତଥା ସୂଚାରୁ ରୂପେ ଆପଣଙ୍କୁ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ନେବାକୁ ଚେଷ୍ଟା କରୁଛୁ’ । ତେବେ କୁହୁଡିର ପ୍ରଭାବ କେବଳ ବିମାନ ସେବା ନୁହେଁ, ଟ୍ରେନ୍ ସଞ୍ଚାଳନ ଉପରେ ମଧ୍ୟ ପଡ଼ିଛି । ବୁଧବାର ଦିଲ୍ଲୀ ଆସୁଥିବା ଏବଂ ଯାଉଥିବା ଅନେକ ଟ୍ରେନ୍ ବିଳମ୍ବରେ ଗଡ଼ିଛି । ଏହି ସମୟରେ ବିହାର ସମ୍ପର୍କ କ୍ରାନ୍ତି, ଶ୍ରମଶକ୍ତି ଏକ୍ସପ୍ରେସ୍ ସମେତ ୨୬ଟି ଟ୍ରେନ୍ ବିଳମ୍ବରେ ଚାଲୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login