ପୁରୀ : ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ,ମନ୍ଦିରର ହେବ ପୁନର୍ବାସ । ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀ ସହରରେ ଏକ ଜାଗା ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର । ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ଠିଆ ହୋଇଛି । ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।
ଭଙ୍ଗାଯାଇଥିବା ମଠ,ମନ୍ଦିରର ହେବ ପୁନର୍ବାସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











