ନୂଆଦିଲ୍ଲୀ : ପୁଣି ଫେରିଛି କରୋନା । ସାରା ଦେଶରେ ମାଡିଚାଲିଲାଣି ଭୂତାଣୁ । ଗତ କିଛି ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଭାଇରସ । ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୁମ୍ବାଇ ଏବଂ ଦିଲ୍ଲୀରେ ନୂଆ ମାମଲା ଦେଖିବାକୁ ମିଳିଛି । ଏସିଆର କିଛି ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବା ଆରମ୍ଭ କରିଛି । କୋଭିଡ୍-୧୯ର ନୂଆ ଓମିକ୍ରନ୍ ସବଭାଇରାଣ୍ଟ ଏସିଆ ମହାଦେଶର ଅନେକ ରାଜ୍ୟରେ ବ୍ୟାପିବାରେ ଲାଗିଛି । ହଂକଂ ଏବଂ ସିଙ୍ଗାପୁରରେ କୋଭିଡ୍ ମାମଲା ବୃଦ୍ଧି ପାଇବାର ରିପୋର୍ଟ ମଧ୍ୟରେ ମୁମ୍ବାଇ, ଦିଲ୍ଲୀରେ ମଧ୍ୟ କିଛି କୋଭିଡ୍ ପଜିଟିଭ୍ ମାମଲା ରିପୋର୍ଟ ହୋଇଛି । ଏଠାରେ ଥିବା ସାଇବର ସିଟିରେ କରୋନା ପ୍ରବେଶ କରିଛି । ଉଭୟ ରୋଗୀଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି, ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଗୁରୁଗ୍ରାମ ଆସିଥିଲେ । ଯଦି ଥଣ୍ଡା କିମ୍ବା କାଶ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ବୋଲି ସ୍ବାସ୍ଥ୍ୟବିଭାଗ କହିଛି । ବର୍ତ୍ତମାନ ପର୍ୟ୍ୟନ୍ତ ସାରା ଦେଶରେ ୨୫୭ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଛି ।
ଦେଶରେ ବଢୁଛି କରୋନା ମାମଲା, ମୁମ୍ବାଇ ପରେ ଦିଲ୍ଲୀରେ ପଜିଟିଭ ମାମଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











