The Ultimate Managed Hosting Platform
ADVERTISEMENT

ଭଙ୍ଗାଯାଇଥିବା ମଠ,ମନ୍ଦିରର ହେବ ପୁନର୍ବାସ

Facebook
Twitter
LinkedIn

ପୁରୀ : ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗାଯାଇଥିବା ମଠ,ମନ୍ଦିରର ହେବ ପୁନର୍ବାସ । ୧୯ଟି ମଠକୁ ପୁନର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀ ସହରରେ ଏକ ଜାଗା ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର । ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ଠିଆ ହୋଇଛି । ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login