The Ultimate Managed Hosting Platform
ADVERTISEMENT

ବ୍ରହ୍ମପୁରରେ ପାକିସ୍ତାନୀ ମହିଳା,ନୋଟିସ ସହ ମହିଳାଙ୍କ ଘରେ ପହଁଚି ଭିସା ଯାଞ୍ଚ କଲା ପୋଲିସ

Facebook
Twitter
LinkedIn

ବ୍ରହ୍ମପୁର : ବ୍ରହ୍ମପୁରରେ ରହୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ନୋଟିସ । ଟାଉନ ଥାନା ଅଞ୍ଚଳରେ ରହୁଥିବା ମହିଳାଙ୍କୁ ଦେଶ ଛାଡିବାକୁ ନୋଟିସ । ନୋଟିସ ସହ ମହିଳାଙ୍କ ଘରେ ପହଁଚି ଭିସା ଯାଞ୍ଚ କଲା ପୋଲିସ । ମିଲିଟାରୀ ଲାଇନ ବଡ ମସଜିଦରେ ରହୁଛନ୍ତି ମହିଳା ।ଓଡିଶାରେ ୨୫ ବର୍ଷରୁ ଅଧିକ ହେବ ପରିବାର ସହ ରହୁଛନ୍ତି । କିଛି ବର୍ଷ ପୂର୍ବେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ନିଜ ସାନ ଝିଅ ସହ ଏଠାରେ ରହୁଛନ୍ତି । ୧୯୮୬ରେ ବ୍ରହ୍ମପୁର ବଡ଼ ମସଜିଦ ଲେନ ଅଞ୍ଚଳର ସୟାଦ ରିଆଉଜିଦିନଙ୍କୁ ବିବାହ କରିଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ତିନି ଝିଅ ଅଛନ୍ତି। ସେ ଏବେ ଟାଟା ନଗରରେ ନିଜ ଝିଅ ଘରକୁ ଯାଇଛନ୍ତି ।
ସେପଟେ ଆଜି ସରୁଛି ମେଡିକାଲ ଭିସାରେ ଥିବା ପାକିସ୍ତାନ ନାଗରିକ ଭାରତ ଛାଡିବାର ଡେଡ ଲାଇନ୍ । ଏପ୍ରିଲ ୨୭ରେ ଥିଲା ପାକିସ୍ତାନ ଫେରିବା ପାଇଁ ଡେଡ ଲାଇନ୍ । ଓଡ଼ିଶାରେ ୧୨ ପାକିସ୍ତାନ ନାଗରିକ ମଧ୍ୟରୁ କେବଳ ଭୁବନେଶ୍ଵରର ନଗମା ୟୁସୁଫ କରାଚି ଫେରିଛନ୍ତି । ଅନ୍ୟ ୧୧ ଜଣ ଓଡ଼ିଶାରେ ରହିଛନ୍ତି । ସମସ୍ତଙ୍କୁ ନୋଟିସ ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

Login