The Ultimate Managed Hosting Platform
ADVERTISEMENT

ବ୍ରତ ଓ ଉପବାସରେ ପ୍ରସ୍ତୁତ କରି ଖାଆନ୍ତୁ ସାଗୁଦାନା ପରାଠା , ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ପରଫେକ୍ଟ କମ୍ବିନେସନ

Facebook
Twitter
LinkedIn

ବ୍ୟୁରୋ : ସାଗୁରେ ଫାଇବରର ମାତ୍ରା ସବୁଠୁ ଅଧିକ ଥାଏ । ତେଣୁ ସାଗୁ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ସମୟ ଧରି ଭୋକ ହୋଇ ନ ଥାଏ । ବ୍ରତ ଉପବାସରେ ସାଗୁକୁ ପାଣିରେ ବତୁଳାଇ ସେଥିରେ ଫଳ, ନଡିଆ , ଦହି ପକାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଅନେକ ଲୋକ ଖାଇଥାନ୍ତି । ଏହା ଛଡା ସାଗୁରେ ଖେଚୁଡି ମଧ୍ୟ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ସାଗୁରେ ପ୍ରସ୍ତୁତ ପରାଠା ର ରେସିପି କହିବୁ । ଯାହାକୁ ଆପଣ ଖୁବ କମ ସମୟରେ ପ୍ରସ୍ତୁତ କରି ବ୍ରତ ଦିନରେ ଖାଇପାରିବେ । ତେବେ ଆସନ୍ତୁ ଜାଣିବା କିପରି ସାଗୁରେ ପରାଠା ତିଆରି କରିବା । ଏବଂ ଏହି ରେସିପି ପାଇଁ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା ।
ଆବଶ୍ୟକ ସାମଗ୍ରୀ : ୧/୨ କପ ପାଣିରେ ବତୁଳାହୋଇଥିବା ସାଗୁ
୧/୨ ବାଦାମ ପାଉଡର
୨ଟି ସିଝା ଆଳୁ
୧ ଚାମଚ ଧନିଆ ପତ୍ର
ସ୍ୱାଦ ଅନୁସାରେ ଲୁଣ
୨ଟି କଟା ଯାଇଥିବା କଞ୍ଚାଲଙ୍କା
୧/୨ ମରିଚ ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ବଡ ପାତ୍ର ନିଅନ୍ତୁ । ସେଥିରୁ ଭିଜା ଯାଇଥିବା ସାଗୁ ଦାନା , ବାଦାମ ପାଉଡର ଆଳୁ , ଧନିଆ ପତ୍ର , କଞ୍ଚା ଲଙ୍କା ଏବଂ ଲୁଣ ପକାଇ ମିଶାଇ ଦିଅନ୍ତୁ । ଏହା ପରେ ହାତରେ ଘିଅ ଲଗାଇ ଏହି ମିଶ୍ରଣକୁ ନେଇ ଗୋଲ କରି ପରାଠା ତିଆରି କରନ୍ତୁ । ଏହା ପରେ ପ୍ୟାନ ବସାଇ ଘିଅ ଦେଇ ହୋକୁ ସେକନ୍ତୁ । ଗୋଲଡେନ ରଙ୍ଗ ହୋଇଯିବା ପରେ ଅନ୍ୟ ଏକ ପାତ୍ରକୁ କାଢି ଆଣନ୍ତୁ । ଥଣ୍ଡା କରି ସାରିବା ପରେ ଦହି ସହ ଖାଆନ୍ତୁ ।
(ପ୍ରତ୍ୟାଖ୍ୟାନ: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ। ଶପଥ ନ୍ୟୁଜ ଏହାକୁ ନିଶ୍ଚିତ କରେ ନାହିଁ।)

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login