ୟୁପି : ଉତ୍ତରପ୍ରଦେଶର ଚାନ୍ଦୋଲିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୫ ଜଣ ଗୁରୁତର ରହିଛନ୍ତି । ଚନ୍ଦୋଲିର ନୋଗଢ ଥାନାର ଜୟମୋହିନୀ ନିକଟରେ ରାତିରେ ବୋଲେରୋ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଖବର ମୁତାବକ, ବୋଲେରୋରେ ସମସ୍ତେ ସୋନଭଦ୍ରର ରେଣୁକୁଟ ଯାଉଥିଲେ । ଏମାନେ ସେଠାରୁ ଟ୍ରେନ ଯୋଗେ ପଶ୍ଚିମବଙ୍ଗ ଯାଇଥାନ୍ତେ । ହେଲେ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ବୋଲେରୋକୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବୋଲେରୋରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ରହିଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଆଡମିଟ୍ କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା, ଜଣେ ୭ ବର୍ଷର ପିଲା ଏବଂ ଦୁଇଜଣ ପୁରୁଷ ରହିଛନ୍ତି । ଦୂର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।
Views: 22