The Ultimate Managed Hosting Platform
ADVERTISEMENT

ବେଙ୍ଗାଲୁରରେ ପ୍ରବଳ ବର୍ଷା , ଡଙ୍ଗାରେ ଯାତାୟତ କଲେ ଲୋକେ

Facebook
Twitter
LinkedIn

ବେଙ୍ଗାଲୁର : ବେଙ୍ଗାଲୁରରେ ପ୍ରବଳ ବର୍ଷା ପରେ ଜଳବନ୍ଦୀ ସ୍ଥିତି । ସହରର ବିଭିନ୍ନ ସ୍ଥାନରେ ଜମିଲା ବର୍ଷା ପାଣି । ରାସ୍ତା ଉପରେ ଡଙ୍ଗା ପକାଇ ଲୋକଙ୍କ ଯାତାୟତ । ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ରେସ୍କ୍ୟୁ ଟିମ । ପାଣିରେ ବୁଡିରହିଛି ସିଲ୍କ ବୋର୍ଡ ଓ ଟିନ୍ ଫ୍ୟାକ୍ଟ୍ରି । ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି । ତଳିଆ ଅଞ୍ଚଳ ଅଧା ବୁଡିଯାଇଛି । ରାସ୍ତାରେ ଟ୍ରାଫିକ ଜାମ୍ ରହିଛି । ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଆଲର୍ଟ ଜାରି ରହିଛି । କେ ଆର୍ ପୁରମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ । ଘଣ୍ଟା ଘଣ୍ଟା ଧରି ବର୍ଷା ହେବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପରିକି ଟ୍ରାଫିକ ସମସ୍ୟା ଦେଖାଦେଇଛି । କିଛି ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଡ୍ରେନେଜରେ ଅବ୍ୟବସ୍ଥା ଯୋଗୁ କିଛି ଲୋକଙ୍କ ଘରେ ପଶିଛି ପାଣି । କେ ଆର୍ ପୁରମ ବିଧାୟକ ଶ୍ରୀଯୁକ୍ତ ବସବ ରାଜ ବୁଲ୍ ଡୋଜର ଯୋଗେ ବୁଲିଲେ ଜଳମଗ୍ନ ହୋଇଥିବା ଅଞ୍ଚଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login