ପାରଳାଖେମୁଣ୍ଡି : ପୁଅ ଝିଅଙ୍କୁ ବିଷ ପିଆଇ ନିଜେ ପିଇଥିବା ବାପାର ବି ଚାଲିଗଲା ଜୀବନ । ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତକାଲି ପୁଅ ଝିଅଙ୍କ ମୃତ୍ୟୁ ପରେ ଆଜି ବାପାର ମୃତ୍ୟୁ ହୋଇଛି । ପାରଳାସାହି ଅଞ୍ଚଳରେ ଅଭାବନୀୟ ଘଟଣା । ବାପା ବିଷ ପିଆଇ ନିଜେ ପିଇଥିଲା । ଓଡ଼ିଆପାରଳା ସାହିର ବାସିନ୍ଦା ଶୁଭାଶିଷ ପାଣିଗ୍ରାହୀ (୪୦) ଆଜି ମଧ୍ୟାହ୍ନରେ ପୁଅ ବିଜୟାନନ୍ଦ (୮) ଓ ଝିଅ ପ୍ରିୟଦର୍ଶିନୀ (୧୨)ଙ୍କୁ ମୃଦୁପାନୀୟରେ ବିଷ ମିଶାଇ ପିଇବାକୁ ଦେଇ ନିଜେ ମଧ୍ୟ ପିଇ ଦେଇଥିଲେ। ସଂପର୍କୀୟମାନେ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ପତ୍ନୀ ଶ୍ବେତମଞ୍ଜରୀ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ପାରିବାରିକ କଳହ ସାଙ୍ଗକୁ ସମ୍ପତ୍ତି ବିବାଦ ପାଇଁ ଶୁଭାଶିଷ ମାନସିକ ଚାପରେ ରହିଆସୁଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ଆହୁରି ଭାଙ୍ଗି ପଡ଼ିଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।
ବିଷ ପିଇଥିବା ବାପାର ବି ଚାଲିଗଲା ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
୧୪ ଦେଶକୁ ଟ୍ରମ୍ପଙ୍କ ଟାରିଫ ମାଡ
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...
ପୁଣି ମନମୋହନ ହେଲେ ରାଜ୍ୟ ବିଜେପି ସଭାପତି
ଭୁବନେଶ୍ୱର : ସର୍ବ ସହମତିରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ମନମୋହନ । ବିଜେପି ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା । ବିଧିବଦ୍ଧ ଭାବେ ଘୋଷଣା...
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷୁଛି । ଆହୁରି...
୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ
ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...