ସୋର : ଝାଡାବାନ୍ତିରେ ୨୦ ତୀର୍ଥଯାତ୍ରୀ ଅସୁସ୍ଥ । କର୍ଣ୍ଣାଟକରୁ ପୁରୀ ତୀର୍ଥ କରିବାକୁ ବସରେ ଯିବା ସମୟରେ ଅସୁସ୍ଥ । ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଅସୁସ୍ଥ ,ସୋର ମେଡିକାଲରେ ଭର୍ତ୍ତି । ୨୫ ଦିନର ଏହି ଟୁର୍ରେ ଗୟାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ସୋର ନିକଟରେ ଗତକାଲି ରାତିରେ ଭାତ,ତରକାରୀ ଓ ସାମ୍ବର ରୋଷେଇ କରାଯାଇଥିଲା।ଖାଇବାର କିଛି ସମୟ ପରେ ୨୦ରୁ ଅଧିକ ଲୋକ ଅସୁସ୍ଥତା ଅନୁଭବ କରିବା ସହିତ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସମସ୍ତଙ୍କୁ ଚିକିତ୍ସା ଲାଗି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି।
Views: 50