ଭୁବନେଶ୍ୱର : ପଡିଲା ହାତଗଣ୍ଠି । ସାତ ଜନ୍ମର ସାଥୀ ହେଲେ ପ୍ରଦୀପ ଓ ସଂଗୀତା । ବାହା ହେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ । ଏହାପୂର୍ବରୁ ସଙ୍ଗୀତ ଆଉ ମେହନ୍ଦୀ କାର୍ୟ୍ୟକ୍ରମରେ ପ୍ରଦୀପ ମାଝୀ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । କିଛି ପାରିବାରିକ ବନ୍ଧୁ ଗହଣରେ ନାଚି ନାଚି ବରଯାତ୍ରୀଙ୍କ ସହ ବିବାହ ମଣ୍ଡପ ପହଂଚିଥିଲେ ପ୍ରଦୀପ । ପରେ ବୈଦିକ ରୀତିରେ ବିବାହ ହୋଇଥିଲା। ପ୍ରଦୀପଙ୍କ ସ୍ତ୍ରୀ ହେଇଛନ୍ତି ଭୁବନେଶ୍ୱର ପଳାଶୁଣି ଅଞ୍ଚଳର ସୁଶ୍ରୀ ସଂଗୀତା ସାହୁ। ଗୋଆର କେଡ଼ିନି ହାଉସ ରିସର୍ଟରେ ଆଜି ତାଙ୍କର ବିବାହ ସମ୍ପନ୍ନ ହେଇଛି । ଏହାପୂର୍ବରୁ ସଙ୍ଗୀତ ଆଉ ମେହନ୍ଦୀ କାର୍ୟ୍ୟକ୍ରମରେ ପ୍ରଦୀପ ମାଝୀ ବହୁତ ଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । କିଛି ପାରିବାରିକ ବନ୍ଧୁ ଗହଣରେ ନାଚି ନାଚି ବରଯାତ୍ରୀଙ୍କ ସହ ବିବାହ ମଣ୍ଡପ ପହଂଚିଥିଲେ ପ୍ରଦୀପ ।
Views: 30