ଭୁବନେଶ୍ୱର : ବିଧାନସଭାରେ ଆଜି ରାଜ୍ୟର ଦୁର୍ଘଟଣାଜନିତ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଗତ ୮ ମାସ ଭିତରେ କେତେ ଦୁର୍ଘଟଣା ହୋଇଛି ? ଏଥିରେ କେତେ ଲୋକଙ୍କ ଜୀବନ ଯାଇଛି ବୋଲି ସେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି କି, ଗତ ୮ ମାସ ମଧ୍ୟରେ ଦୁର୍ଘଟଣାରେ ୩୭୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ସମାନ ସମୟ ଅବଧି ମଧ୍ୟରେ ୬୩୨୭ ଟି ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୩୭୧୭ ଜଣଙ୍କର ଜୀବନ ଯାଇଥିବା ବେଳେ ୩୪୦୧ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ମଧ୍ୟରୁ ୯୧୮ ଟି ଦୁର୍ଘଟଣା ଦୃତ ଗାଡି ଚାଳନା କାରଣରୁ ହୋଇଥିବା ବେଳେ ୧୦୫୨ ଟି ଦୁର୍ଘଟଣା ବେପରୁଆ ଗାଡି ଚାଳନା ପାଇଁ ହୋଇଛି ।
Views: 22