The Ultimate Managed Hosting Platform
ADVERTISEMENT

ବିଜେଡିର ସାଂଗଠନିକ ଉପନିର୍ବାଚନ : ବିଜେଡିରେ ୧୪ ଉପସଭାପତିଙ୍କ ନାଁ ଘୋଷଣା

Facebook
Twitter
LinkedIn

ଭୁବନେଶ୍ୱର : ବିଜେଡିର ସାଂଗଠନିକ ଉପନିର୍ବାଚନ । ବିଜେଡିରେ ୧୪ ଉପସଭାପତିଙ୍କ ନାଁ ଘୋଷଣା । ଦେବୀ ମିଶ୍ର ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ । ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ , ଉଷା ଦେବୀ, ବିକ୍ରମ ଆରୁଖ । ବିଜୁ କୃଷକ ଜନତା ଦଳର ଆବାହକ ଭାବେ ଦଳର ଉପସଭାପତି ପ୍ରସନ୍ନ ଆଚାର୍ୟ୍ୟଙ୍କୁ ନିଯୁକ୍ତ କରାଯାଇଛି । ବିଜେଡି ଆଞ୍ଚଳିକ ବିକାଶ ସେଲ୍ ର ଆବାହକ ଭାବେ ଅନଙ୍ଗ ଉଦୟ ସିଂଦେଓ ନିଯୁକ୍ତ ହୋଇଛନ୍ତି । ସେହିପରି ବିଜେଡି କୋ-ଅପରେଟିଭ୍ ସେଲ ଆବାହକ ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଯୁକ୍ତ ହୋଇଛନ୍ତି । ଶିକ୍ଷା ଓ ଶିକ୍ଷକ ସେଲ୍ ର ଆବାହକ ନିଯୁକ୍ତ ହୋଇଛନ୍ତି ବଦ୍ରିନାରାୟଣ ପାତ୍ର । ସେହିପରି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡି ମତ୍ସ୍ୟଜୀବୀ ସେଲ୍ ର ଅବାହକ ଭାବେ ନିଯୁକ୍ତ କରାଯାଇଛି । ବିଜେଡି ଟ୍ରାଇବାଲ ସେଲ୍ ର ଆବାହକ ହୋଇଛନ୍ତି ମଙ୍ଗଳା କିଷାନ। ବରିଷ୍ଠ ନାଗରିକ ସେଲ୍ ର ଆବାହକ ଭାବେ ଦେବାଶିଷ ସାମନ୍ତରାୟଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଓବିସି ସେଲ୍ ର ଆବାହକ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଟର ଅରୁଣ କୁମାର ସାହୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login