The Ultimate Managed Hosting Platform
ADVERTISEMENT

ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଲେ ଆଇନ ମନ୍ତ୍ରୀ । ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଦ୍ୱନ୍ଦ ଦୂର କଲେ । ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି କହିଲେ । ବଳକା ଦାରୁରେ ଅଢେଇ ଫୁଟର ମୂର୍ତ୍ତି ନିର୍ମାଣ ଅସମ୍ଭବ । ରାମକୃଷ୍ଣ ଦାସ ମହାପାତ୍ର ଏହା କହୁ କହୁ କହି ଦେଇଥିବା ଜଣାଇଛନ୍ତି । ଭୁବନେଶ୍ୱର ସୁଦର୍ଶନ ମହାରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି । ଭୁବନେଶ୍ବରରେ ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ ରାମକୃଷ୍ଣ ଦାସ ମହାପାତ୍ର । ସୁଦର୍ଶନ ମହାରଣା ତିଆରି କରିଥିବା ମୂର୍ତ୍ତି ଦୀଘା ନେଇଥିଲେ ।
ତେବେ ବିବାଦୀୟ ମନ୍ତବ୍ୟ ପାଇଁ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ ତଲବ କରାଯାଇଛି । ଜବାବ ଆସିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସବୁ ଜଗନ୍ନାଥ ମନ୍ଦିର ପାଇଁ ମାର୍ଗଦର୍ଶିକା ତିଆରି ହେବ । ମୁକ୍ତିମଣ୍ଡପକୁ ମାର୍ଗଦର୍ଶିକା ତିଆରି ପାଇଁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login