ଲକ୍ଷ୍ନୌ : ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୈାଡିଲେ ଲୋକେ । ତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି । ଖବର ମୁତାବକ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ୱର ଏମଏମ ଲନରେ ବାହାଘର ଚାଲିଥିବା ବେଳେ ହଠାତ୍ ଛିନଛତ୍ର ହୋଇ ଦୌଡିଲେ ଅତିଥି । ପରିସ୍ଥିତି ଏମିତି ହେଲା ଯେ, ବରକନ୍ୟା ମଧ୍ୟ ମଣ୍ଡପ ଛାଡ଼ି ଦୌଡ଼ିଥିଲେ । ହସଖୁସିରେ ମସଗୁଲ୍ ଥିବା ବାହାଘର କ୍ଷଣିକରେ ଓଲଟା ହୋଇଗଲା । ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ, ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । କଥା ବୁଝିବା ବେଳକୁ ବାହାଘରରେ ବାଘ ପଶିଆସିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିଲେ । କିନ୍ତୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଡିଏଫଓଙ୍କ ସହିତ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା ।
ବାହାଘର ବେଦୀରେ ପହଁଚିଲା ବାଘ, ଦୈାଡିଲେ ବରକନ୍ୟା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











