ନୂଆଦିଲ୍ଲୀ : କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଉଠାଇ ଦେଇଛି । । ୯ ମାସରୁ ଅଧିକ ସମୟ ଧରି ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା । ବ୍ୟାନ ଲାଗିବା କାରଣରୁ ପୂର୍ବରୁ ବ୍ୟାଙ୍କର କାରବାର ପ୍ରଭାବିତ ହେଉଥିଲା । ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ କିଛି କାମ ସହଜରେ କରିପାରିବ । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟାକୁ ନେଇ ବ୍ୟାନ ଲଗାଇଥିଲା ଆରବିଆଇ । ଏହାଦ୍ବାରା ବ୍ୟାଙ୍କର ୮୧୧ ବ୍ୟାଙ୍କିଂ କାରବାର ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା । ଏବେ ବ୍ୟାଙ୍କ ନିଜର କାରବାରକୁ ବିସ୍ତାର କରିପାରିବ । ଆରବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲଗାଇବା ପରେ ସୁଧାରାତ୍ମକ କାମରେ ସନ୍ତୁଷ୍ଟ ହୋଇ ଉକ୍ତ ବ୍ୟାନ ହଟାଇ ଦେଇଛି । ଏହାପରେ ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ ପୁଣି ଥରେ କ୍ରେଡିଟ କାର୍ଡ ଜାରି କରିପାରିବ । ନିଜର ଡିଜିଟାଲ ମୋବାଇଲ ପ୍ଲାଟଫର୍ମ ୮୧୧ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ମଧ୍ୟ ଯୋଡ଼ି ପାରିବ । ଏଜେନ୍ସି ମୁତାବକ, ବ୍ୟାଙ୍କର ସୁଧାରାତ୍ମକ ଉପାୟରେ ସନ୍ତୁଷ୍ଟ ଥିବା ଆରବିଆଇ କହିଛି । ବ୍ୟାଙ୍କକୁ କ୍ରେଡିଟ କାର୍ଡ ଜାରି କରିବା ତଥା ଅନଲାଇନ ଓ ମୋବାଇଲ ବ୍ୟାଙ୍କିଂ ଚ୍ୟାନେଲ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ଯୋଡ଼ିବାର ଅନୁମତି ଦିଆଯାଇଛି ।
କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ମିଳିଲା ବଡ ଆଶ୍ୱସ୍ତି ,ଏଣିକି କ୍ରେଡିଟ କାର୍ଡ ଜାରି କରିପାରିବ ବ୍ୟାଙ୍କ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











