ଲକ୍ଷ୍ନୌ : ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୈାଡିଲେ ଲୋକେ । ତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି । ଖବର ମୁତାବକ, ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ୱର ଏମଏମ ଲନରେ ବାହାଘର ଚାଲିଥିବା ବେଳେ ହଠାତ୍ ଛିନଛତ୍ର ହୋଇ ଦୌଡିଲେ ଅତିଥି । ପରିସ୍ଥିତି ଏମିତି ହେଲା ଯେ, ବରକନ୍ୟା ମଧ୍ୟ ମଣ୍ଡପ ଛାଡ଼ି ଦୌଡ଼ିଥିଲେ । ହସଖୁସିରେ ମସଗୁଲ୍ ଥିବା ବାହାଘର କ୍ଷଣିକରେ ଓଲଟା ହୋଇଗଲା । ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ, ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । କଥା ବୁଝିବା ବେଳକୁ ବାହାଘରରେ ବାଘ ପଶିଆସିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଥିଲା । ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିଲେ । କିନ୍ତୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଘଟଣା ସ୍ଥଳରେ ଡିଏଫଓଙ୍କ ସହିତ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ବାଘ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା ।
ବାହାଘର ବେଦୀରେ ପହଁଚିଲା ବାଘ, ଦୈାଡିଲେ ବରକନ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ ବସ ଧକ୍କାରେ ୩ ଯୁବତୀଙ୍କ ଚାଲିଗଲା ଜୀବନ
ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ...
ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ
ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...
ବାମ ମୋଡ ନେଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡା : ବାମ ମୋଡ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ । ଦେବୋତ୍ତର ବିଭାଗ ଠାରୁ କିଛି ବାଟ ଯାଇ ବାମ ମୋଡ ନେଲା । ରେଲୱେ...
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା
ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...