ପୁରୀ: ଆଜି ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମୟ । ସବୁଠି ଶ୍ରୀ ଜଗନ୍ନାଥଙ୍କ କଥା,ଗାଥା ଓ ମହିମାର ଚର୍ଚ୍ଚା । ଆଜି ବହୁ ପ୍ରତିକ୍ଷିତ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେପଟେ ସମୁଦ୍ରକୂଳରେ ବାଳୁକା କଳାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନିଖୁଣ ଭାବରେ ପ୍ରସ୍ତୁତ କରିଛନ୍ତି ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁସଜ୍ଜିତ ଚର୍ତୁର୍ଦ୍ଧାମୂର୍ତ୍ତୀଙ୍କ ସମ୍ମୁଖରେ ପରିକ୍ରମା ପ୍ରକଳ୍ପକୁ ନିଖୁଣ ଭାବେ ବାଲୁକାରେ ନିର୍ମାଣ କରିଛନ୍ତି । ପୁରୀକୁ ବୁଲିବାକୁ ଆସିଥିବା ଶ୍ରଦ୍ଧାଳୁ ଓ ପର୍ୟ୍ୟଟକ ମାନେ ବାଲୁକା କଳାରେ ପରିକ୍ରମା ପ୍ରକଳ୍ପକୁ ଦେଖି ଭାବବିହ୍ବଳ ହୋଇପଡିଛନ୍ତି । ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଲାଣି । ଶ୍ରୀମନ୍ଦିରର ଚାରିଦ୍ବାରରେ ବେଦପାଠ ସହ ଯଜ୍ଞ ସ୍ଥଳରେ ଶ୍ରୋତିୟ ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ଗଗନ ପବନ ମୁଖରିତ ହେଉଛି । ।
Views: 99











