ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଗଙ୍ଗାଧରପୁର ପଞ୍ଚାୟତ ରେ ହାତୀ ଆତଙ୍କ। ଗତକାଲି ରାତିରେ ଅଚାନକ ଏକ ବଣୁଆଁ ହାତୀ କେଉଁଠୁ ଚାଲିଆସି ନାକପୋଲ ଅଞ୍ଚଳରେ ବୁଲୁଥିବା ବେଳେ ଲୋକେ ଦେଖିବାକୁ ପାଇଥିଲେ। ରାତାରାତି ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖା ଦେଇଥିଲା । ରାତିରୁ ଧର୍ମଶାଳା ଅଞ୍ଚଳର କିଛି ସ୍ଥାନରେ ବିଦ୍ୟୁତ୍ ବିଛିନ୍ନ କରି ଦିଆଯାଇଛି। ଖବର ପାଇ ଚଣ୍ଡିଖୋଲ ବନ ବିଭାଗ ଘଟଣା ସ୍ଥଳରେ ରହିଥିବା ବେଳେ ହାତୀଟି ଦେଉଳି ପାହାଡରେ ଥିବା ସୂଚନା ମିଳିଛି। ତେବେ ହାତୀ ପାଇଁ କିଛି କ୍ଷୟ କ୍ଷତି ହୋଇନାହିଁ।
Views: 125







