କଟକ : କଟକ ବାଲିଯାତ୍ରାରେ ସିଏମସି ପକ୍ଷରୁ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ । ବିଭିନ୍ନ ଷ୍ଟଲ ଉପରେ ରେଡ କରି ଖାଦ୍ୟର ମାନ ଯାଞ୍ଚ । ବ୍ୟାପକ ପରିମାଣର ବାସି ଖାଦ୍ୟ ନଷ୍ଟ କରିବା ସହ କାଟିଲେ ଫାଇନ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍ ସି ଖାଦ୍ୟ ସୁରକ୍ଷା ୟୁନିଟ୍ ।
Views: 73











