The Ultimate Managed Hosting Platform
ADVERTISEMENT

ବାରହା ମାଂସ ଜବତ, ୭ ଜଣ ଗିରଫ

Facebook
Twitter
LinkedIn

କାମାକ୍ଷାନଗର: ବାରହା ମାଂସ ଜବତ ସହ ୭ ଜଣ ଶିକାରୀ ଗିରଫ। ୨ ବାଇକ ଓ ୪ଟି ସାଇକେଲ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍ ବିରାଶାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଦରତୋଟା ନିକଟରୁ ବାରହା ମାଂସ ସହିତ ୭ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ଦରତୋଟା ଗାଁର ସାଗର ମୁଣ୍ଡା, ସମୁ ମୁଣ୍ଡା, ବରଗଜି ଗାଁର ସନ୍ଦୀପ ସର୍ଦ୍ଦାର, ଜାଗର ସର୍ଦ୍ଦାର, ସୁନା ପୂର୍ତ୍ତି, ଲାଠୁର ମୁଣ୍ଡା ଏବଂ ଶାମ ସର୍ଦ୍ଦାର। ଏମାନେ ବିରାଶାଳ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରୁଥିବା ବେଳେ ବନ ବିଭାଗ ଧରିଥିଲା। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ଶିକାରୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଫିସରେ ପ୍ରକାଶ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login