ଭୁବନେଶ୍ୱର : ବାତିଲ ହେଲା ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଗସ୍ତ । ସୂଚନା ଦେଲେ ଯାଜପୁର ସାଂସଦ ରବି ନାରାୟଣ । ଆସନ୍ତା କାଲି ଓଡିଶା ଆସିବାର ଥିଲା ଗୃହମନ୍ତ୍ରୀ ଅମିତ୍ ଶାହା । ହେଲେ ତାଙ୍କ ଗସ୍ତ କାର୍ୟ୍ୟକ୍ରମ ବାତିଲ ହୋଇଛି । ତାଙ୍କ ସୂଚନା ମୁତାବକ ପୂର୍ବତନ ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ ଦେଶ ଗୋଟିଏ ସପ୍ତାହ ପାଇଁ ଶୋକ ପାଳୁଛି । ଏହାକୁ ସମ୍ମାନ ଦେଇ ଗୃହମନ୍ତ୍ରୀ ତାଙ୍କ ଗସ୍ତ କାର୍ୟ୍ୟକ୍ରମ ବାତିଲ କରିଛନ୍ତି । ଆସନ୍ତା କାଲି ସେ ଓଡିଶା ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାର ଥିଲା ।
Views: 43