ନୂଆଦିଲ୍ଲୀ :ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର । ବାଇଡେନଙ୍କ ପରିସ୍ରା ପରୀକ୍ଷା ପରେ ଆସିଲା କ୍ୟାନସର ରିପୋର୍ଟ । ପ୍ରୋଷ୍ଟେଟ କ୍ୟାନସରରେ ବାଇଡେନ ପୀଡିତ ଥିବା ସୂଚନା । କ୍ୟାନସର ବାଇଡେନଙ୍କ ହାଡକୁ ବ୍ୟାପିଯାଇଥିବା ଅନୁମାନ କରାଯାଉଛି ।୮୨ ବର୍ଷୀୟ ବାଇଡେନଙ୍କ ଚିକିତ୍ସା ଚାଲିଛି । ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସମେତ ବିଶ୍ବର ବହୁ ନେତା ବାଇଡେନଙ୍କ ଆଶୁ ଆରାଗ୍ୟ କାମନା କରିଛନ୍ତି । ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ , ୮୨ ବର୍ଷ, ପ୍ରୋଷ୍ଟେଟ୍ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କ ହାଡ଼କୁ ଏହା ବ୍ୟାପିଛି ବୋଲି ତାଙ୍କ କାର୍ୟ୍ୟାଳୟ ରବିବାର ଦିନ ଏକ ବିବୃତିରେ କହିଛି। ଜାନୁଆରୀରେ ପଦତ୍ୟାଗ କରିଥିବା ବାଇଡେନ୍ ଙ୍କୁ ଗତ ସପ୍ତାହରେ ମୂତ୍ରଜନିତ ଲକ୍ଷଣ ପାଇଁ ଡାକ୍ତରଙ୍କୁ ଦେଖାଇବା ପରେ ଶୁକ୍ରବାର ଦିନ ଏହି ରୋଗ ନିର୍ଣ୍ଣୟ ହୋଇଥିଲା ।
Views: 46