ନୂଆପଡା : ପ୍ରବଳ ବର୍ଷାରେ ଧୋଇଗଲା ତେନ୍ତୁଳି ନାଳ ପୋଲ । ସୁନାବେଡା-ଗାତିବେଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ୧୦ଟି ଗାଁ । ସେପଟେ ଚେରେଚୁଆଁ-ଜାମଗାଁ ଘାଟିର ମୁଖ୍ୟ ରାସ୍ତାରେ ପାହାଡରୁ ଖସିଲା ମାଟି ଅତଡା । ଏହାସହ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଏଯାଏ ରାସ୍ତା ସଫା ହୋଇନଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେହିଭଳି ଚାଷୀଙ୍କ ଏକର ଏକର ଫସଲ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ଏବେ ବି ଚାଷ ଜମିରେ ପାଣି ଜମି ରହିଛି । ଗୋଟିଏ ପୋଲ ବର୍ଷାରେ ଧୋଇ ହୋଇଯାଇଥିବା ବେଳେ ଅନ୍ୟ ପୋଲ ଉପରୁ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାଫଳରେ ଚାରିଆଡ଼େ ଜଳମଗ୍ନ ହୋଇଯାଇଛି ।
Views: 111











