The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର !

Facebook
Twitter
LinkedIn

ଚୈାଦ୍ୱାର : ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଚୈାଦ୍ୱାର ଜରିପଡା ପଞ୍ଚାୟତ ସାମନ୍ତରାପୁର ଗାଁରେ ମହିଳାଙ୍କ ସନେ୍ଦହଜନକ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମୃତକ ଯାଜପୁର ଜିଲ୍ଲା ରଙ୍ଗିଦାସପୁର ଗାଁର ରଞ୍ଜୁଳତା ପ୍ରଧାନଙ୍କ ଝିଅ ସୀତୁ ପ୍ରଧାନ। ଗତ ଦେଢ ବର୍ଷ ତଳେ ସୀତୁ କଟକ ଜିଲ୍ଲା ଟାଙ୍ଗୀ ଥାନା ସାମନ୍ତପୁରର ମୁଲିଆ ସ୍ଵାଇଁଙ୍କ ପୁଅ ରାଜେନ୍ଦ୍ର ସ୍ଵାଇଁଙ୍କୁ ବିବାହ କରିଥିଲେ । ତାଙ୍କର ୬ ମାସର ପୁତ୍ର ସନ୍ତାନ ରହିଛି । ତେବେ ବାହାଘରର ୬ ମାସ ପରେ ଶାଶୁଘର ଲୋକ ସୀତୁଙ୍କୁ ଯୌତୁକ ପାଇଁ ଶାଶୁ, ଶ୍ବଶୁର ଓ ସ୍ବାମୀ ନିର୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ଗତକାଲି ସନ୍ଧ୍ୟାରେ ସୀତୁ ତାଙ୍କ ମାଆଙ୍କ ସହ କଥା ହୋଇଥିଲେ । ହେଲେ ମାତ୍ର ଅଧଘଣ୍ଟା ପରେ ଝିଅର ମୃତ୍ୟୁ ଖବର ପାଇଥିଲେ ବାପଘର ଲୋକ । ଘରେ ଝିଅର ମୃତଦେହ ପଡିଥିବାବେଳେ ଶାଶୁଘର ଲୋକ ଫେରାର ହୋଇଯାଇଛନ୍ତି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ, ୩ ଜଣଙ୍କର ଚାଲିଗଲା ଜୀବନ ଏବଂ ୯ ନିଖୋଜ

ଉତ୍ତରାଖଣ୍ଡ : ବଦ୍ରିନାଥ ଯାଉଥିବା ବେଳେ ନଦୀକୁ ଖସିଲା ବସ । ଉତ୍ତରାଖଣ୍ଡରୁ ରୁଦ୍ରପ୍ରୟାଗ ଜିଲ୍ଲାରେ ଆଜି ଅଳକାନନ୍ଦା ନଦୀକୁ ବସଟି ଖସି ପଡିଛି । ଫଳରେ...

Login