ଜଟଣୀ : ବଜାର ଉପରେ ଗଡିଲା ମୁଣ୍ଡ । ଜଟମୀ ଥାନା ଷଣ୍ଢପୁର ଛକରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ମୃତ ଯୁବକ ଜଣକ ଜଟଣୀ ବିକାଶ ନଗରର ମାନସ ଦଳେଇ । ହୋଇଥିବା ସୂଚନା ରହିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ନିଶା କାରବାର ଓ ଜମି ଜବରଦଖଲ କାରଣ ଥିବା ନେଇ ସନ୍ଦେହ କରାଯାଉଛି । ମୃତ ମାନସଙ୍କ ନାମରେ ଅନେକ ମାମଲା ରହିଥିବା ମଧ୍ୟ ସୂଚନା ମିଳିଛି । ହତ୍ୟା ପଛରେ କାହାର ସଂପୃକ୍ତି ରହିଛି ତାହା ଜଣାପଡ଼ି ନାହିଁ । ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ଭୁବନେଶ୍ୱର ଏମ୍ସକୁ ନେଇଛି ଆଉ ଅଧିକ ତଦନ୍ତ କରୁଛି । ଘଟଣା ସ୍ଥଳରେ ଜୋନ-୩ ଏସିପି ତାପସ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରିବା ସହ ପରିବାର ଲୋକଙ୍କୁ ପଚରା ଉଚରା କରୁଛି । ମାନସଙ୍କୁ କିଏ ଘରୁ ଡାକିଥିଲା, ତାଙ୍କ ସହିତ ଆଉ କିଏ ଥିଲା ସେସବୁକୁ ନେଇ ପୋଲିସ ତଦନ୍ତ ଚଳାଇଛି ।
Views: 21