ବଲାଙ୍ଗିର : ଫିଲ୍ମ ଷ୍ଟାଇଲରେ ଆତଙ୍କ ସୃଷ୍ଟି କଲେ ମୁଖାପିନ୍ଧା ଦୁର୍ବତ୍ତ । ବିଚ ରାସ୍ତାରେ ବୁଲିଲା ଖଣ୍ଡା । ହାତରେ ଖଣ୍ଡା ଧରି ଯୁବକଙ୍କୁ ରାସ୍ତାରେ ଗୋଡାଇଲେ ଦୁର୍ବୃତ୍ତ । ଯୁବକ ଜଣକ ପ୍ରାଣ ବିକଳରେ ରାସ୍ତାରେ ଦୌଡ଼ିବାକୁ ଲାଗିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଭୟରେ ଦୋକାନ ଭିତରକୁ ପଶିଯାଇଥିଲେ । ଆକ୍ରମଣରୁ ବର୍ତ୍ତି ଯାଇଥିବା ଯୁବକ ଜଣକ ସୋନୁ ପଟ୍ଟନାୟକ । ପ୍ରାୟ ୮ଜଣ ମୁଖାଧାରୀ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିଲେ। ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ କରାଯାଥିବା ପୋଲିସ ସନ୍ଦେହ କରୁଛି । ଘଟଣାର ତଦନ୍ତ କରୁଛି ବଲାଙ୍ଗିର ଟାଉନ୍ ପୋଲିସ । ଆକ୍ରମମଣର ଶୀକାର ଯୁବକ ସୋନୁ ନାଁରେ ବି ଥାନାରେ ଅନେକ ଅପରାଧିକ ମାମଲା ରହିଛି ।
Views: 33