ନୂଆଦିଲ୍ଲୀ : ଫିଲିପାଇନ୍ସରେ ଆମେରିକାର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିବା ସମସ୍ତ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ୟୁଏସର ସର୍ଭିସ ମେମ୍ବରଙ୍କ ସମତେ ୩ ପ୍ରତିରକ୍ଷା କଣ୍ଟ୍ରାକ୍ଟର ପ୍ରାଣ ହରାଇଛନ୍ତି । ରୁଟିନ ମିଶନ ବେଳେ ଘଟିଛି ଦୁର୍ଘଟଣା । ଫିଲିପାଇନ୍ସର ଅନୁରୋଧରେ ଆମେରିକା ବିମାନ ଗୁପ୍ତ ସୂଚନା ଓ ସୁରକ୍ଷା ଯାଞ୍ଚ କରୁଥିବା ବେଳେ ଖସି ପଡ଼ିଛି ଏୟାରକ୍ରାଫ୍ଟ । ଦକ୍ଷିଣ ଫିଲିପାଇନ୍ସ ମାଗୁଇନଡାନାଓ ଡେଲ ସୁର ଅଞ୍ଚଳର ଧାନ କ୍ଷେତରେ ପଡ଼ି ଜଳିଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଛି ।ସୂଚନାଯୋଗ୍ୟ, ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା । ହେଲେ ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଜାପାନ ଏୟାର ଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାର ଲାଇନ୍ସ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡାଣକୁ ବାତିଲ କରାଯାଇଥିଲା ।
Views: 72











