The Ultimate Managed Hosting Platform
ADVERTISEMENT

ଦିଲ୍ଲୀ ଏବଂ ନୋଏଡାର ଅନେକ ସ୍କୁଲକୁ ବୋମା ଧମକ !

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ନୋଏଡାରେ ଥିବା ସ୍କୁଲକୁ ପୁଣିଥରେ ବୋମା ଧମକ ମିଳିଛି । ନୋଏଡାର ଶିବ ନାଦର ସ୍କୁଲ ଏବଂ ଦିଲ୍ଲୀର ପାଣ୍ଡବ ନଗର ସ୍ଥିତ ଅଲକୋହନ ଇଣ୍ଟରନ୍ୟାସନାଲ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି । ଖବର ମିଳିବା ପରେ ବୋମା ନିଷ୍କ୍ରିୟ ଟିମ, ଅଗ୍ନିଶମ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ସ୍କୁଲ ପରିସରରେ ଯାଞ୍ଚ କରୁଛନ୍ତି । ଏପର୍ୟ୍ୟନ୍ତ କିଛି ବି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ବୋମା ସୂଚନା ପରେ ସ୍କୁଲ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯାଞ୍ଚ ଆରମ୍ଭ କରିଛି ।ସ୍କୁଲ ପରିସରଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କେତେକ ସ୍କୁଲରେ ଶ୍ରେଣୀ ଗୃହ ମଧ୍ୟ ଯାଞ୍ଚ ଚାଲିଛି । ତେବେ ଏ ପର୍ୟ୍ୟନ୍ତ କୌଣସି ସ୍କୁଲରୁ କିଛି ସନ୍ଦେହଜନକ ବସ୍ତୁ ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login