The Ultimate Managed Hosting Platform
ADVERTISEMENT

ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି : ଓଡିଶାର ବିକାଶ ସଂଗେ ସେମାନଙ୍କୁ ଯୋଡିବାକୁ ପ୍ରକ୍ରିୟା-ପୃଥ୍ୱୀରାଜ ହରିଚନ୍ଦନ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି। ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ସରକାରଙ୍କ ପ୍ରସ୍ତୁତି ଚାଲିଛି । ୧ ତାରିଖ, ୨ ଓ ୩ ତାରିଖରେ ଚୂଡାନ୍ତ ପର୍ୟ୍ୟାୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟମାନେ ପୁରୀ ଭୁବନେଶ୍ୱର ସମେତ ତିରିଶରୁ ଅଧିକ ପର୍ୟ୍ୟଟନ କ୍ଷେତ୍ର ବୁଲିବେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡିଶାର ବିକାଶ ସଂଗେ ସେମାନଙ୍କୁ ଯୋଡିବାକୁ ଯାହା ପ୍ରକ୍ରିୟା, ଓଡିଶା ସରକାର ସମସ୍ତ ପ୍ରସ୍ତୁତି ସାରିଛନ୍ତି। ଜାନୁଆରୀ୧, ୨ ତାରିଖ ଓ ୩ତାରିଖରେ ଚୂଡାନ୍ତ ପର୍ୟ୍ୟାୟର ସମୀକ୍ଷା ହେବ । ପ୍ରବାସୀ ଭାରତୀୟମାନେ ଓଡିଶାକୁ ଥରେ ଆସିଲେ, ଓଡିଶାର ଆକର୍ଷଣ ତାଙ୍କ ହୃଦୟକୁ ସବୁବେଳେ ବାନ୍ଧି ରଖିବ, ସେଭଳି ଏକ ପ୍ରସ୍ତୁତିର ଲକ୍ଷ ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login