The Ultimate Managed Hosting Platform
ADVERTISEMENT

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ସାହିଦ୍-ରଶ୍ମିକା

Facebook
Twitter
LinkedIn

ମୁମ୍ବାଇ : ବଲିଉଡ୍ ଅଭିନେତା ସାହିଦ୍ କପୁର ଓ ନେସନ୍ୟାଲ କ୍ରସ୍ ରଶ୍ମିକା ମନ୍ଦାନା ବହୁତ ଜଲ୍ଦି ଏକାଠି ବଡ଼ ପରଦାରେ ନଜର ଆସିବେ। ଉଭୟ ଅନିସ୍ ବଜମିଙ୍କର ଏକ ଫିଲ୍ମରେ ଏକାଠି ଦେଖାଯିବେ। ଏହି ଦୁଇ ତାରକାଙ୍କୁ ନେଇ ଅନିସ୍ ଏକ କମେଡି ଆକ୍ସନ ଫିଲ୍ମ କରିବେ ବୋଲି ଅନେକ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଏହା ଫାଇନାଲ୍ ହୋଇଯାଇଛି। ଏହାର ପ୍ରଯୋଜନା ଦାୟିତ୍ବରେ ଏକତା କପୁର ଓ ଦିଲ୍ ରାଜୁ ଅଛନ୍ତି। ତେବେ ଏହାର ସୁଟିଂ ଆସନ୍ତା ଅଗଷ୍ଟ ୧ରୁ ଆରମ୍ଭ ହେବ। ଦୀର୍ଘଦିନ ପରେ ସାହିଦ୍ କମେଡି ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଏଥିରେ ଜବରଦସ୍ତ ଆକ୍ସନ ସିନ୍ ମଧ୍ୟ ରହିଛି। ସବୁଠୁ ବଡ଼ କଥା ହେଲା, ସାହିଦ୍ ଏହି ଫିଲ୍ମରେ ଡବଲ ରୋଲ୍ରେ ଦେଖାଯିବେ। ଏଥିରେ ସାହିଦ୍ ଓ ରଶ୍ମିକାଙ୍କ ବ୍ୟତୀତ ବଲିଉଡ୍ର ଆଉ କିଛି ଆଗଧାଡ଼ିର କଳାକାର ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ବାଗେଶ୍ୱର ଧାମ ନିକଟରେ କାନ୍ଥ ଭୁଶୁଡି ଜଣଙ୍କର ଜୀବନ ଗଲା , ୧୧ ଜଣ ଆହତ

ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login