କୋଣାର୍କ : ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଲେ ସୂଚନା । ରଥକାଠ ଅଭାବକୁ ପୂରଣ କରିବ ଜଗନ୍ନାଥ ବାଟିକା । ନିମାପଡାରେ ୧୦୫ ଏକର ସରକାରୀ ଜମି ଚିହ୍ନଟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ୭୬ତମ ବନ ମହୋତ୍ସବ ନିମାପଡ଼ାର ହଂସପଡ଼ା ଆଦର୍ଶ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି ଓ ଏହି ଅବସରରେ ସେ ଆଦର୍ଶ ବିଦ୍ୟାଳୟ ପରିସରରେ ଜଗନ୍ନାଥ ବାଟିକାର ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥପାଇଁ ଆବଶ୍ୟକ କାଠ ପୁରୀ ଜିଲ୍ଲା ହିଁ ଯୋଗାଇବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଥିଲେ।
Views: 23