ଭୁବନେଶ୍ୱର : ନାରୀ ନିର୍ୟାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । କାଲିର ଘଟଣା ପରେ ପୋଲିସ ଆକ୍ସନ ଉପରେ ନଜର ରହିଛି । ବର୍ଦ୍ଦିରେ ହାତ ଦେଇଥିବା ଅସମାଜିକଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ପୋଲିସ ଡିଜି । ଧସ୍ତାଧସ୍ତି, ଚେୟାର ପିଙ୍ଗା ଓ ପଥରମାଡ଼ରେ ୧୨ରୁ ଅଧିକ ପୋଲିସ କର୍ମଚାରୀଙ୍କ ସହ କିଛି କଂଗ୍ରେସ କର୍ମୀ ଆହତ ହୋଇଥିଲେ। ଆହତ ପୋଲିସ କର୍ମଚାରୀଙ୍କୁ ହସ୍ପିଟାଲରେ ଭେଟିଥିଲେ ଡିଜିପି ୱାଇବି ଖୁରାନିଆ।
Views: 28