ପୁରୀ : ଶ୍ରଦ୍ଧାଳୁଙ୍କ ଅଭିଯୋଗକୁ ଖଣ୍ଡନ କଲେ ଏସପି । ରଥ ଚାରିପାଖରେ ପୋଲିସ କର୍ମୀ ମୁତୟନ ଥିଲେ କହିଲେ । ପୋଲିସ ମୁତୟନରେ କମ କରାଯାଇନି । ପୋଲିସ ଭିଡ ଭିତରେ ନଥିବା କଥା ଠିକ ନୁହେଁ । ସ୍ଥିତି ଅନୁଧ୍ୟାନ ପରେ ଡିଜିପି କହିଛନ୍ତି ପୋଲିସର ନିର୍ଦ୍ଦେଶ ସମସ୍ତେ ମାନନ୍ତୁ । ଭକ୍ତ ମୋବାଇଲ୍ ରେ ଫଟୋ ନେବାରୁ ସମସ୍ୟା ହେଉଛି । ଯାହା ଘଟିଛି ତାହାର ଯାଞ୍ଚ ଚାଲିଛି । ଶରଧାବାଲିରେ ଠେଲାପେଲା ଦଳାଚକଟାରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଛି । ପ୍ରାୟ ୧୫ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ପହୁଡ଼ ଖୋଲିବା ପରେ ହଠାତ ଭକ୍ତଙ୍କ ଭିଡ଼ ଦେଖାଯାଇଥିଲା । ଭକ୍ତମାନେ ଗୋଟିଏ ରଥ ପାଖରୁ ଅନ୍ୟ ରଥପାଖକୁ ଯିବା ଆସିବା ଆରମ୍ଭ କରିଥିଲେ । ହେଲେ ଏହି ସମୟରେ ଚାରମାଳ କାଠ ବୋଝେଇ ଟ୍ରକ ଭିଡ଼ ଭିତରେ ପଶିଥିଲା । ଠେଲାପେଲାରେ କିଛି ଭକ୍ତ ତଳେ ପଡ଼ିଯାଇଥିଲେ । ସେହି କାଠ ଉପରେ ପଡ଼ିଯାଇଥିଲେ ଭକ୍ତ । ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ।
Views: 16