ମୁମ୍ବାଇ : ବଲିଉଡର ଲୋକପ୍ରିୟ ଦମ୍ପତି କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ପୁତ୍ର ସନ୍ତାନକୁ ଜନ୍ମଦେଇଛନ୍ତି କ୍ୟାଟ୍ରିନା । ଏହି ଦମ୍ପତି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ପୋଷ୍ଟରେ ଲେଖିଛନ୍ତି, “ବ୍ଲେସଡ୍ ଓମ୍ ।” କ୍ୟାପସନ ସହିତ ଏକ ଫଟୋ ସେୟାର କରାଯାଇଛି । ଘରକୁ ରାଜକୁମାର ଆସିଛନ୍ତି । ବହୁତ ପ୍ରେମ ଏବଂ ଆଶୀର୍ବାଦ ସହିତ ଆମେ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛୁ । ନଭେମ୍ବର ୭, ୨୦୨୫ । କ୍ୟାଟ୍ରିନା ଏବଂ ବିକି।” ପୋଷ୍ଟ ସେୟାର କରିବା ପରେ ପ୍ରଶଂସକ ଏବଂ ସେଲିବ୍ରିଟିମାନଙ୍କ ଅଭିନନ୍ଦନର ସୁଅ ଛୁଟିଛି । ଫ୍ୟାନ୍ସ ମଧ୍ୟ ଫଟୋରେ କମେଣ୍ଟ ଦେଇଛନ୍ତି । ରକୁଲ ପ୍ରୀତଙ୍କ ଠାରୁ ଆରମ୍ଭ କରି ଅର୍ଜୁନ କପୁର, ହୁମା କ୍ୟୁରେସୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । କ୍ୟାଟ୍ରିନା କୈଫ୍ ଏବଂ ବିକି କୌଶଲ ଡିସେମ୍ବର ୨୦୨୧ ରେ ବିବାହ କରିଥିଲେ । ଏହି ବିବାହରେ ଦମ୍ପତିଙ୍କ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ ।
Views: 88











