ନୂଆଦିଲ୍ଲୀ : ପୁଣି ୟୁପିଆଇ ଡାଉନ । ଲୋକେ ସମସ୍ୟାର ସମ୍ମୁଖୀନ । କାମ କରୁନି ଫୋନପେ, ପେଟିଏମ, ଗୁଗୁଲ ପେ । ଗୋଟିଏ ମାସରେ ଅଟକିଲାଣି ଦୁଇ ଥର । ଦିଲ୍ଲୀ ଏନସିଆର ସମେତ ଅନେକ ସହରରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ହଠାତ ୟୁପିଆଇ ସେବା ଠପ ହୋଇଯାଇଥିଲା । ତେବେ କିଛି ସମୟ ପରେ ଏହା ପୁଣି ଥରେ ଆକ୍ଟିଭ ହୋଇଥିଲା । ତେବେ ହଠାତ ସେବା ବ୍ୟାହତ ହେବାରୁ ଲୋକମାନେ କାରବାର କରିବାରେ ଅସୁବିଧା ଭୋଗିଥିଲେ । ଏ ନେଇ ଆଉଟେଜକୁ ଟ୍ରାକ କରୁଥିବା ୱେବସାଇଟ ଡାଉନଡିଟେକ୍ଟର ଏହି ଅସୁବିଧା ସଂପର୍କରେ ଗ୍ରାହକଙ୍କୁ ଅବଗତ କରିଥିଲା । ପେଟିଏମ, ଫୋନ ପେ, ଗୁଗଲ ପେରେ ଏପରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ମଧ୍ୟାହ୍ନ ୧୨ଟାରୁ ଏହି ଅସୁବିଧା ଗ୍ରାହକ ସାମ୍ନା କରିବା ଆରମ୍ଭ କରିଥିଲେ । ଏହାକୁ ନେଇ ଗ୍ରାହକ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କଂମ୍ପାନୀମାନଙ୍କୁ ଅଭିଯୋଗ କରିଥିଲେ ।
Views: 53