ମୁମ୍ବାଇ : ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଛାଡ଼ପତ୍ର ନେବା ପରଠାରୁ ଆଜି ପର୍ୟ୍ୟନ୍ତ ଚର୍ଚ୍ଚାରେ ରହିଛନ୍ତି ସାଉଥ୍ ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା । ବର୍ତ୍ତମାନ ନୂଆ ରିଲେସନସିପକୁ ନେଇ ଏବେ ଖୁବ ଚର୍ଚ୍ଚାରେ ଏହି ସାଉଥ୍ ସୁନ୍ଦରୀ । କିଛି ଦିନ ହେଲା ତାଙ୍କ ନାଁ ଫିଲ୍ମମେକର୍ ରାଜ ନିଦିମୋରୁଙ୍କ ସହ ଯୋଡ଼ା ଯାଉଛି । ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବାର ଖବର ଆସୁଛି । ତେବେ ଏନେଇ ସାମନ୍ଥାଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କିଛି ସମୟ ପୂର୍ବରୁ ଦୁହେଁ ଏକାଠି ନଜର ଆସିଥିଲେ । ଏବେ ଦୁହିଁଙ୍କ ସଂପର୍କକୁ ନେଇ ଖୁଲାସା ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ଏହି ପ୍ରେମ ସମ୍ବନ୍ଧକୁ ନେଇ ଚାଲୁଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଅଭିନେତ୍ରୀଙ୍କ ମ୍ୟାନେଜର୍ । ସାମନ୍ଥାଙ୍କ ମ୍ୟାନେଜର୍ କହିଛନ୍ତି , ଡେଟିଂ ଖବରରେ କୌଣସି ସତ୍ୟାସତ୍ୟ ନାହିଁ । ରାଜ ଏବଂ ସାମନ୍ଥା ଦୁହେଁ ଡେଟ୍ କରୁନାହାନ୍ତି । ଦୁହେଁ ଘର କିଣିବା ଖବର ମଧ୍ୟ ସମ୍ପୂର୍ଣ୍ଣ ମିଛ ।’ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ରାଜ ନିଦିମୋରୁ ୨୦୦୨ ରେ ନିଜ ପୂର୍ବ ପତ୍ନୀ ଶ୍ୟାମଳୀଙ୍କଠାରୁ ଛାଡ଼ପତ୍ର ନେଇ ସାମନ୍ଥାଙ୍କ ସହ ଲିଭ୍-ଇନରେ ରହିବାକୁ ଚାହୁଥିଲେ ବୋଲି ଗୁଜବ ଉଠୁଥିଲା । ଅନ୍ୟପକ୍ଷରେ ମିଡିଆରେ ରାଜଙ୍କ ଗୋଟିଏ ଝିଅ ଥିବାର ସୂଚନା ମଧ୍ୟ ମିଳିଥିଲା । ତେବେ ଏ ଖବର ବି ଗୁଜବ ବୋଲି ଜଣାପଡିଛି ।
ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ କି ସମନ୍ଥା ?
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







