The Ultimate Managed Hosting Platform
ADVERTISEMENT

ପୁଣି ଡରାଇଲାଣି କରୋନା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ଡରାଇଲାଣି କରୋନା । ଆମେରିକାରୁ ଦକ୍ଷିଣ କୋରିଆ ସବୁଠି ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଭାରତକୁ ସତର୍କ ସୂଚନା ଜାରି କରାଯାଇଛି । ନୋଏଡ଼ାର ଶିବ ନାଡର ୟୁନିଭରସିଟିର ବାୟୋଲଜିଷ୍ଟିକ ପ୍ରଫେସର ଦୀପକ ସହଗଲ ଏକ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଭାରତକୁ ପୁଣି ଫେରିପାରେ କୋଭିଡ୍-୧୯ । ଏଣୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି । ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ଆକଳନ ଅନୁଯାୟୀ ଆମେରିକାର କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକାର ହସ୍ପିଟାଲରେ ୪ ହଜାରରୁ ଅଧିକ ଲୋକ ଭର୍ତ୍ତି ହୋଇଛନ୍ତି। ଆହୁରି ମଧ୍ୟ, ଦକ୍ଷିଣ କୋରିଆରେ ବହୁ ସଂଖ୍ୟକ କୋଭିଡ୍ ମାମଲା ଦେଖାଯାଉଛି । ତେବେ ଭାରତରେ ଏବେ ମଧ୍ୟ କୋଭିଡ ସଂକ୍ରମିତ ଚିହ୍ନ ହେଉଥିବାବେଳେ ଆଗାମୀ ଦିନରେ ସତର୍କତା ଅବଲମ୍ବନ କରିବା ଉଚିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login