ନୂଆଦିଲ୍ଲୀ : ୨୦୨୫କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରସିଦ୍ଧ ଫରାସୀ ଜ୍ୟୋର୍ତିବିଦ୍ ତଥା ଭବିଷ୍ୟକାର ମିସେଲ ନଷ୍ଟ୍ରାଡମ । ୧୫୫୫ ମସିହାରେ ତାଙ୍କ ଦ୍ୱାରା ରଚିତ ଦି ପ୍ରଫେସିସ ରେ ପଦ୍ୟ ଆକାରରେ ପ୍ରାୟ ୯୪୨ଟି ଭବିଷ୍ୟବାଣୀ ରହିଛି । କିଛି ବର୍ଷ ଧରି ଲାଗି ରହିଥିବା ଏକ ଯୁଦ୍ଧ ୨୦୨୫ରେ ଶେଷ ହେବ ବୋଲି ନଷ୍ଟ୍ରାଡାମ ତାଙ୍କ ଭବିଷ୍ୟବାଣୀରେ ଉଲ୍ଲେଖ କରିଛନ୍ତି।ତେବେ ଏହି ଯୁଦ୍ଧ ଆଉ କିଛି ନୁହେଁ , ଏହା ରୁଷ-ୟୁକ୍ରେନ ଯୁଦ୍ଧ ବୋଲି ଧରି ନିଆଯାଇଛି। ଅର୍ଥ ଅଭାବରୁ ଏହି ଯୁଦ୍ଧ ବନ୍ଦ ହେବ ବୋଲି ନଷ୍ଟ୍ରାଡାମ ପରୋକ୍ଷରେ ସୂଚିତ କରିଥିଲା ବେଳେ ବର୍ତ୍ତମାନ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଯେଭଳି ସ୍ଥିତି ଉତ୍ପନ୍ନ ହୋଇଛି ତାହା ସୂଚିତ କରୁଛି ବୋଲି ଆକଳନ କରାଯାଉଛି।ଯୁଦ୍ଧ ବ୍ୟତୀତ ଏହି ବର୍ଷ ପୃଥିବୀ ସହ ଏକ କ୍ଷୁଦ୍ର ଗ୍ରହ ମାଡ଼ ହେବ ବୋଲି ନଷ୍ଟ୍ରାଡାମ ଉଲ୍ଲେଖ କରିଛନ୍ତି। ଏଥିରେ ପୃଥିବୀ ପୃଷ୍ଠର ଭୟଙ୍କର କ୍ଷତି ହେବା ସହିତ ମାନବସମାଜ ଅସ୍ତିତ୍ବ ରକ୍ଷା ପାଇଁ ବିରାଟ ଆହ୍ବାନ ସୃଷ୍ଟି ହେବ ବୋଲି କୁହାଯାଇଛି। ସେହିପରି ବ୍ରାଜିଲକୁ ‘ଗାର୍ଡେନ ଅଫ ଦି ୱାର୍ଲଡ’ ଭାବେ ଦର୍ଶାଇଥିବା ନଷ୍ଟ୍ରାଡାମ ୨୦୨୫ରେ ଏହି ଦେଶକୁ ଭୟଙ୍କର ପ୍ରାକୃତିକ ବିପତ୍ତିର ସାମ୍ନା କରିବାକୁ ପଡ଼ିବ ବୋଲି ଭବିଷ୍ୟବାଣୀରେ ଉଲ୍ଲେଖ ରହିଛି। ବ୍ରାଜିଲରେ ଭୟଙ୍କର ବନ୍ୟା ସହିତ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ ହେବ ବୋଲି କୁହାଯାଇଛି। ଏହାବ୍ୟତୀତ ୨୦୨୫ରେ ପୁଣି ଏକ ମହାମାରୀ ସାରା ବିଶ୍ବକୁ ଗ୍ରାସିବ ବୋଲି ନଷ୍ଟ୍ରାଡାମଙ୍କ ଭବଷ୍ୟବାଣୀରେ ଉଲ୍ଲେଖ ରହିଛି।
ପୁଣି ଆସିବ ମହାମାରୀ ! ୨୦୨୫କୁ ନେଇ ନଷ୍ଟ୍ରାଡମଙ୍କ ଭବିଷ୍ୟବାଣୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











