ବାଲିଗୁଡା : ପିକଅପ ଧକ୍କାରେ ବାପ-ପୁଅଙ୍କର ଚାଲିଗଲା ଜୀବନ । ଭୋଜି ଖାଇ ଫେରିବା ସମୟରେ ସାମ୍ନା ପଟୁ ଧକ୍କା ଦେଲା ପଣସ ବୋଝେଇ ବୋଲେରୋ । କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଗାଲିଗାରୁ ବୁଲାଣି ରାସ୍ତାରେ ଘଟିଛି ଏପରି ଦୁର୍ଘଟଣା କ୍ଷ ମୃତକ ବାଲିଗୁଡା ଥାନା ଋତୁଙ୍ଗିଆ ପଂଚାୟତ ସିର୍ଶୀପାଙ୍ଗା ଗାଁର ହେମ କଂହର କ୍ଷ ରାଇପାଙ୍ଗା ଗାଁରେ ଭୋଜି ଖାଇ ବାପା ହେମ କଂହର ନାବାଳକ ପୁଅ ସହ ବାଇକରେ ଗାଁ ସିର୍ଶୀପାଙ୍ଗାକୁ ଫେରିବା ସମୟରେ ବାଲିଗୁଡାରୁ ମୋହନଗିରି ଅଭିମୁଖେ ଯାଉଥିବା ପଣସ ବୋଝେଇ ଗାଡିଟି ସାମ୍ନା ପଟେ ଧକ୍କା ଦେଇଥିଲା କ୍ଷ ଦୁର୍ଘଟଣା ଘଟାଇ ଗାଡିଟି ଖସି ପଳେଇଥିବା ବେଳେ ବାଲିଗୁଡା ପୋଲିସ ବୋଲେରୋ ପିକଅପ ଗାଡିକୁ ଜବତ କରିବା ସହ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡା ମେଡିକାଲକୁ ପଠାଇଛି କ୍ଷ
Views: 112











