ଭୁବନେଶ୍ୱର : ଏଣିକି ସବୁ ପାନୀୟଜଳର ମାନ ଯାଞ୍ଚ କରାଯିବ । ପାନୀୟଜଳ ଯୋଗାଣର ଯାଞ୍ଚ କରିବେ ଏସଏଚଜି ମହିଳା । ଚଳିତ ବର୍ଷ ବେକାବୁ ହୋଇଥିଲା ଡାଇରିଆ , ଶତାଧିକ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସା ହେବା ସହ ମୃତ୍ୟୁ ବରଣ ମଧ୍ୟ କରିଥିଲେ । ଏଥି ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏସଏଚଜି ମହିଳାମାନଙ୍କୁ ଦିଆଯିବା ପାନୀୟଜଳ ଯାଞ୍ଚର ଦାୟିତ୍ୱ । ସେଥିପାଇଁ ସେମାନଙ୍କୁ ଟ୍ରେନିଂ ସହିତ ଫିଲ୍ଡ ଟେଷ୍ଟିଂ କିଟ୍ ଦିଆଯିବ । ଠିକ୍ ଭାବରେ ପାନୀୟଜଳ ପହଞ୍ଚିବ , ଅପରେସନ ଓ ପରିଚାଳନାରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ।
Views: 13