ଭୁବନେଶ୍ୱର : ଦେବୀ ମିଶ୍ର ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହିବା ଭିଡିଓ ଭାଇରାଲ ପ୍ରସଙ୍ଗ । ବକ୍ତବ୍ୟକୁ କଦର୍ଥ କରାଯାଇଥିବା କହିଲେ ବିଜେଡି ବିଧାୟକ ଦେବୀ । ମୁଁ କହୁ କହୁ କହିନି , ମୁଁ ଛୁଆ ନୁହେଁ, ମୁଁ ସୁସ୍ଥ ମସ୍ତିଷ୍କରେ ଅଛି । ମୋ କଥା କଦର୍ଥ କରାଯାଇଛି , କିଏ କଣ ଭାବାର୍ଥକୁ କଦର୍ଥ କରିଛି । ଭାଷଣ ଦେବାକୁ ୩ ମିନିଟ ସମୟ ଦିଆଯାଇଥିଲା । ମୁଁ କହିଥିଲି ପାଣ୍ଡିଆନ କହିଲେ ଯେ ମୁଖ୍ୟମନ୍ତ୍ରୀ ଅନୁଦାନ ଦେଇଛନ୍ତି । ଯାହା ପ୍ରଚାର କରାଯାଉଛି ତାହା ଭୁଲ୍ , ମନ୍ତବ୍ୟ କଦର୍ଥ କରାଯାଉଛି ।
Views: 86