ଭୁବନେଶ୍ୱର : ପାଠ ପଢିବେ ନୂଆ ବିଧାୟକ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ୟ୍ୟବିଧି ଓ ଦାୟିତ୍ବ ସମ୍ପର୍କରେ ଦେବେ ଜ୍ଞାନ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ନୂଆ ବିଧାୟକ । ଦୁଇ ଦିନ ଧରି ଚାଲିବ ପ୍ରଶିକ୍ଷଣ । ବିଧାନସଭାର କାର୍ୟ୍ୟବିଧୀ, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ୟ୍ୟଶୈଳୀ ବିଷୟରେ ଅବଗତ ହେବେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକ । ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ବିଧାନସଭାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ନବ ନିର୍ବାଚିତ ବିଧାୟକଙ୍କୁ ପାଠ ପଢ଼ାଇବେ ଅଭିଜ୍ଞ, ବରିଷ୍ଠ ବିଧାୟକ ଓ ମନ୍ତ୍ରୀ । ୫ ଥର ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁ, ଜୁଏଲ ଓରାମ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଦେବେ ପ୍ରଶିକ୍ଷଣ । ନବ ନିର୍ବାଚିତ ବିଧାୟକଙ୍କୁ ବିଧାନସଭାର ନୀତି, ନିୟମ ଓ ବ୍ୟବସ୍ଥା ବିଷୟରେ ଅଭିଜ୍ଞ ନେତା ଦେବେ ପ୍ରଶିକ୍ଷଣ । ନୂଆ ଜୋସ ଓ ନୂଆ ସ୍ବପ୍ନ ନେଇ ବିଧାନସଭାକୁ ଆସିଛନ୍ତି ନୂଆ ବିଧାୟକ । ଗୃହ ବିଷୟରେ ବହୁତ କିଛି ଶିଖିବା ପାଇଁ ଏହି ପ୍ରଶିକ୍ଷଣ ଶିବିର ବେଶ ସହାୟକ ହେବ ।
ପାଠ ପଢିବେ ନବ ନିର୍ବାଚିତ ବିଧାୟକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯାଇଛି...
ଜମି ପାଇଁ ବଡ଼ ଭାଇର ଜୀବନ ନେଲା ସାନ ଭାଇ ଓ ପୁତୁରା
କଟକ (ଅମୂଲ୍ୟ କୁମାର ବାରିକ): ଜମି ପାଇବା ଲୋଭରେ ବଡ ଭାଇ ଅଶୋକ ବାରିକକୁ ମଝିଆ ଭାଇ, ସାନ ଭାଇ , ଭାଇବୋହୂ ଏବଂ ପୁତୁରା ମିଶି...
ତୀବ୍ର ହେଉଛି ଇସ୍ରାଏଲ – ଇରାନ ଯୁଦ୍ଧ ; ଇସ୍ରାଏଲର ବୈଜ୍ଞାନିକ ଗବେଷଣା କେନ୍ଦ୍ର ନଷ୍ଟ କଲା ଇରାନ
ନୂଆଦିଲ୍ଲୀ : ଦିନକୁ ଦିନ ତୀବ୍ର ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ବୃଦ୍ଧି ପାଉଛି । ୮ ଦିନ ଧରି ଲଗାତାର ହେଉଛି...
ଆଇଏଏସ ବିଷ୍ଣୁପଦଙ୍କ ଅଡୁଆ ବଢିଲା
ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଡୁଆ ବଢିଲା । ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ । ୧୦ ଲକ୍ଷ ଲାଞ୍ଚ ଘଟଣାରେ ଘରେ ରେଡ କରିଥିଲା...