ନୂଆଦିଲ୍ଲୀ : ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା । ପହଲଗାମ ଆକ୍ରମଣ ପରେ, ଭାରତ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବଡ଼ ବଡ଼ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି। ଏହି ତାଲିକାରେ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଇମରାନ ଆବାସଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ଏବେ ସସପେଣ୍ଡ କରାଯାଇଛି । ଯାହା ଫଳରେ ସେଲିବ୍ରିଟିଙ୍କ ଫଲୋଅର୍ସରେ ବହୁତ ହ୍ରାସ ପାଇଛି । ଇନଷ୍ଟାଗ୍ରାମରେ ଏହି ପାକିସ୍ତାନୀ କଳାକାରଙ୍କ ୟୁଜର ଆଇଡି ସର୍ଚ୍ଚ କଲେ ଲେଖାଯାଉଛି ଯେ – ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର ସେହି ପାକିସ୍ତାନୀ କଳାକାରଙ୍କ ମଧ୍ୟରେ ଅନ୍ୟତମ । ଯାହାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ଫିଲ୍ମ ରଇସରେ ଶାହରୁଖ ଖାନଙ୍କ ସହ ନଜର ଆସିଥିବା ମାହିରା ଖାନ, ଫିଲ୍ମ ମମରେ ଶ୍ରୀଦେବୀଙ୍କ ସହ କାମ କରିଥିବା ସଜଲ ଅଲି ଏବଂ ଏ ଦିଲ ହେ ମୁସକିଲରେ ନଜର ଆସିଥିବା ଇମ୍ରାନ ଆବାସ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଏହା ବ୍ୟତୀତ ଅଲି ଜାଫର ସମେତ ଆହୁରି ଅନେକ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।
ପାକ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭାରତ ଆସିବେ ରୁଷ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତ ଆସିବେ ରୁଷ୍ ରାଷ୍ଟ୍ରପତି । ଆମେରିକା ସହ ଭାରତର ସମ୍ପର୍କ ଦିନକୁ ଦିନ ଖରାପ ହେଉଥିବା ବେଳେ ଏବେ ରୁଷ୍ ଓ ଭାରତ...
୩ ଦୁଷ୍କର୍ମୀଙ୍କୁ ଆଜୀବନ
ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...
ସାରା ଦେଶରେ ଭୋଟ ଚୋରି : ରାହୁଲ
ନୂଆଦିଲ୍ଲୀ : ପୁଣି ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । ସାରା ଦେଶରେ ଭୋଟ ଚୋରି ହେଉଥିବା କହି ବର୍ଷିଲେ । ଭୋଟର ଲିଷ୍ଟରେ...
ବାପ-ଝିଅ ଉପରେ ମାଡିଗଲା ହାଇୱା
ପାରାଦୀପ : ବାଇକ ଉପରେ ମାଡିଗଲା ହାଇୱା । ବାପ ,ଝିଅଙ୍କର ଚାଲିଗଲା ଜୀବନ । କଟକ-ପାରାଦୀପ ରାସ୍ତା କୋଠିଆସାହି ଛକରେ ଦୁର୍ଘଟଣା । ଦୁର୍ଘଟଣା ପରେ...