The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ଭୁମିକମ୍ପର ତାଣ୍ଡବ ୯ ମୃତ ଶତାଧିକ ଆହତ

Facebook
Twitter
LinkedIn

ଗତକାଲି ରାତି ୧୦. ୧୭ ମିନିଟ୍‌ରେ ହୋଇଥରବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଲାଗିଛି ବଢିବାରେ । ଇସାସଲାମାବାଦ୍‌ରେ ଛାତ ଭୁଷୁଡି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥରବା ବେଳେ ୧୦୦ ରୁ ।ଧିକ ଲୋକ ହୋଇଛନ୍ତି ଆହତ । ଉଦ୍ଧାରକାରୀ ଦଳ ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେଥି ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କରାଯାଇଛି ଆଶଙ୍କା । ୟୁ.ଏସ୍ ଭୁତତ୍ୱ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ରାତି ୧୦.୧୭ମିନିଟରେ ଏହି ଭୂମିକମ୍ପ ହୋଇଥିଲା ଅନୁଭୁତ ।

ଏହା ସହିତ ରାଜଧାନୀ ଦିଲ୍ଲୀ ସମେତ ଆଫଗାନୀସ୍ତାନ ଓ ପାକିସ୍ତାନରେ ମଧ୍ୟ ସାମାନ୍ୟ ଝଟକା ଲାଗିଥିଲା । ତେବେ ଏହି ଭୁମିକମ୍ପର କେନ୍ଦ୍ର ସ୍ଥଳି ପାକିସ୍ତାନ-ଆଫଗାନୀସ୍ତାନର ସୀମାନ୍ତ ।ଞ୍ଚଳ ହିନ୍ଦୁକୁଶ କ୍ଷେତ୍ର ଫୈଜାବାଦ ଠାରୁ ଭୁପୃଷ୍ଠର ୧୫୬ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୬ ରେକର୍ଡ କରାଯାଇଛି ।

ଏହି ଶକ୍ତିଶାଳି ଭୁମିକମ୍ପରେ ପାକିସ୍ତାନରେ ବ୍ୟପକ କ୍ଷୟକ୍ଷତି ଘଟିବା ସହ ଲାହୋର, ଇସଲାମାବାଦ, ରଓଲପିଣ୍ଡି, କ୍ୱୈଟା, ପେଶାୱାର, କୋହାଟ, ଲକ୍କି ଓ ମରୱାତ୍ ସମେତ ଦେଶର ଅନ୍ୟପ୍ରାନ୍ତରେ ମଧ୍ୟ ଏହାର ଝଟକା ଅନୁଭବ ହୋଇଛି । ପାକିସ୍ତାନର ଖୈବର୍ ପଖତୁନ୍‌ଖୱାରେ ଏକ ଘରର ଛାତ ଭୂଷୁଡି ପଡିବାରି ୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ୧୦୦ ରୁ ।ଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଘଟଣାକୁ ନେଇ ପାକିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୂଲ କାଦର ପଟେଲ ହସ୍ପିଟାଲ ମାନଙ୍କରେ ଏମରଜେନ୍ସି ଷୋଷଣା କରିବା ସହ ସତର୍କ ରହିବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

ADVERTISEMENT
ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

Login