ନୂଆଦିଲ୍ଲୀ : ଆକ୍ରମଣକାରୀମାନେ ପାକିସ୍ତାନରେ ଏକ ଚଳନ୍ତା ବସ୍ ଅଟକାଇ ୯ ଜଣ ଯାତ୍ରୀଙ୍କୁ ଅପହରଣ କରିଥିଲେ ଏବଂ ପରେ ସେମାନଙ୍କୁ ହତ୍ୟା କରିଥିଲେ । ଏହି ଦୁଃଖଦ ଘଟଣା ବେଲୁଚିସ୍ତାନର ଝୋବ ଅଞ୍ଚଳରେ ଘଟିଛି । ପାକିସ୍ତାନରଏକ ରିପୋର୍ଟ ଅପୁଯାୟୀ, ଏହା ବେଲୁଚିସ୍ତାନର ଏକ ଭୟଙ୍କର ଆତଙ୍କବାଦୀ ଘଟଣା, ଯେଉଁଠାରେ କଲେଟାରୁ ଲାହୋର ଯାଉଥିବା ଏକ ଯାତ୍ରୀବାହୀ ବସ୍ କୁ ସଶସ୍ତ୍ର ଆକ୍ରମଣକାରୀମାନେ ଅଟକାଇଥିଲେ । ଏହା ପରେ, ବନ୍ଧୁକଧାରୀମାନେ ବସ୍ରେ ଥିବା ଯାତ୍ରୀମାନଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ ଏବଂ ପଞ୍ଜାବ ପ୍ରଦେଶର ୯ ଜଣ ପୁରୁଷ ଯାତ୍ରୀଙ୍କୁ ବାଛି ଅପହରଣ କରିଥିଲେ । ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ।ଅପହରଣ ହୋଇଥିବା ଅଧିକାଂଶ ଯାତ୍ରୀ ମଣ୍ଡି ବାହାଉଦ୍ଦିନ, ଗୁଜରାନୱାଲା ଏବଂ ୱାଜିରାବାଦର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଅପହରଣର ଗୋଟିଏରୁ ଦେଢ଼ ଘଣ୍ଟା ମଧ୍ୟରେ ସେମାନଙ୍କ ମୃତଦେହ ନିକଟସ୍ଥ ଏକ ପାହାଡ଼ି ଅଞ୍ଚଳରେ ଏକ ବ୍ରିଜ୍ ତଳେ ମିଳିଥିଲା । ସ୍ଥାନୀୟ ଡେପୁଟି କମିଶନର ହବିବୁଲ୍ଲା ମୁସାଖେଲଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୧୦ ରୁ ୧୨ ଥିଲା । ସେମାନେ ରକେଟ୍-ପ୍ରେପେଲ୍ଡ ଗ୍ରେନେଡ୍ ଏବଂ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ରରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ ଏବଂ ପରେ ପଳାଇ ଯାଇଥିଲେ । ସୁରକ୍ଷା ବାହିନୀ ପିଛା ଆରମ୍ଭ କରିଥିଲେ କିନ୍ତୁ ଆକ୍ରମଣକାରୀମାନେ ଏପର୍ୟ୍ୟନ୍ତ ଫେରାର୍ ଅଛନ୍ତି ।
ପାକିସ୍ତାନରେ ଚଳନ୍ତା ବସକୁ ଅଟକାଇ ୯ ଜଣଙ୍କୁ ଅପହରଣ , ପରେ ନେଇଗଲେ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











