ପାକିସ୍ତାନ : ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ ମାସରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଯୋଗୁ ପାକିସ୍ତାନକୁ ପଣ୍ୟ କାରବାର ବନ୍ଦ କରିଛି ଆଫଗାନିସ୍ତାନ । ପଣ୍ୟ କାରବାର ସାଙ୍ଗକୁ ଯାବତୀୟ ବାଣିଜ୍ୟ କାରବାର ମଧ୍ୟ ବନ୍ଦ କରିଛି । ପାକିସ୍ତାନର ଭୀଷଣ ଏୟାର ଷ୍ଟ୍ରାଇକ୍ ଯୋଗୁ ଉଭୟ ରାଷ୍ଟ୍ରର ପାଖାପାଖି ଶହେ ସୈନିକଙ୍କ ମୃତ୍ୟୁ ହୋଇଛି । ଯାହାର ଦୃଢ଼ ପ୍ରତିବାଦ କରି ଉଭୟ ରାଷ୍ଟ୍ରର ସୀମାବର୍ତ୍ତୀ ଅଞ୍ଚଳ ତୋରଖାମ ଓ ଚାମାନରେ ବର୍ଡର୍ ସିଲ୍ କରାଯାଇଛି। ଏଥିଯୋଗୁ ଉଭୟ ରାଷ୍ଟ୍ର ପ୍ରାୟ ୧ ନିୟୁତ ଡଲାର କ୍ଷତି ସହିଛନ୍ତି ।
Views: 38











